ପୁରୀ ପୌରାଞ୍ଚଳର ଅଧିବାସୀଙ୍କ ପାଇଁ ଶ୍ରୀମନ୍ଦିର ସହଜ ପ୍ରବେଶ ବ୍ୟବସ୍ଥା

Recent signers:
Archana Mandal and 19 others have signed recently.

The Issue

 ପୁରୀ ପୌରାଞ୍ଚଳର ଅଧିବାସୀଙ୍କ ପାଇଁ ଶ୍ରୀମନ୍ଦିର ସହଜ ପ୍ରବେଶ ବ୍ୟବସ୍ଥା କାହିଁକି ଆବଶ୍ୟକ

ବିଶ୍ୱନିୟନ୍ତା ବ୍ରହ୍ମାଣ୍ଡ ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ବ୍ରହ୍ମାଣ୍ଡର କର୍ତ୍ତା ହେଲେ ମଧ୍ୟ ଶ୍ରୀକ୍ଷେତ୍ର ବାସୀଙ୍କ ପାଇଁ ଶ୍ରୀମନ୍ଦିର ହେଉଛି ଆମ ଗାଁ ମନ୍ଦିର ଓ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମ ଗ୍ରାମ ଦେବତା | ଶ୍ରୀମନ୍ଦିର ପୁରୀ ଅଧିବାସୀଙ୍କ ଶୁଭ ଅଶୁଭ କାର୍ଯ୍ୟ ଓ ଷୋହଳ ସଂସ୍କାର ସାହିର ଓତଃପ୍ରୋତଃ ଭାବରେ ଜଡିତ |ପ୍ରାୟତଃ ପୁରୀ ବାସୀଙ୍କୁ ଶ୍ରୀମନ୍ଦିର ଭିତରେ ବିଭିନ୍ନ ଉଦ୍ୟେଶ୍ୟରେ ପ୍ରଵେଶ କରିବାର ଆବଶ୍ୟକତା ରହିଛି |ତନ୍ମଧ୍ୟରୁ କେତୋଟି ଉଲ୍ଲେଖ କରୁଛୁ |
୧ . ବିଭିନ୍ନ ସମୟରେ ଲଡୁ ମହାପ୍ରସାଦ ଟିଏ ହେଉ ବା ଅଭଡ଼ା ଆଣିବାକୁ ଶ୍ରୀମନ୍ଦିର ଭିତରକୁ ଯିବେ କେମିତି ?
୨ . ନିଜ ବାଡ଼ିରେ ହେଉ କି କିଣି କରି ହେଉ ଫୁଲ ଗୁନ୍ଥା ହେଉଥିବା ସ୍ଥାନରେ ପହଂଚିବେ କେମିତି ?
୩ . ବିଭିନ୍ନ ସମୟରେ ଧାର୍ମିକ ମାର୍ଗ ଦର୍ଶନ / ପ୍ରାୟଶ୍ଚିତ କର୍ମ / ବ୍ରାହ୍ମଣ ଭୋଜନ ପାଇଁ ମୁକ୍ତି ମଣ୍ଡପ ପାଖରେ ପହଂଚିବେ କେମିତି ?
4. ନିର୍ବନ୍ଧ ମାହାର୍ଦ୍ଦ ଟେକା ପାଇଁ ସୂର୍ଯ୍ୟ ମନ୍ଦିର ପହଂଚିବେ କେମିତି ?

୫ . ସନ୍ତାନଙ୍କର ମଙ୍ଗଳ ପାଇଁ ସତ୍ୟ ନାରାୟଣ ମନ୍ଦିର ରେ ପୂଜା ଦେବା ପାଇଁ ପହଂଚିବେ କେମିତି ?

୬ . ଜ୍ୱର / ହାଡଫୁଟି / ମିଳିମିଳା ହେଲେ ମା ଶୀତଳାଙ୍କ ପାଖରେ ପହଂଚି ପଣା ଭୋଗ କରିବେ କେମିତି ?

୭ . ଏକାଦଶୀ ଦିନ ଏକାଦଶୀ ମନ୍ଦିରରେ ପୂଜା କରିବେ କେମିତି ?

୮ . ଘରର ଛୋଟ ଛୁଆ ଟିକୁ ବାଇଶି ପାହାଚରେ ଗଡେଇବା କାମଟି କରିବେ କେମିତି ?

୯ . ସୁଦଶା ବ୍ରତ / ସାବିତ୍ରୀ ବା ସମ ପର୍ବ ରେ ଲକ୍ଷ୍ମୀ ମନ୍ଦିର ଯିବେ କେମିତି ?

୧0. ବିଭିନ୍ନ ଶୁଭ ଅଶୁଭ କାର୍ଯ୍ୟ ରେ ବର୍ଷା ର ପ୍ରକୋପ ରୁ ରକ୍ଷା ପାଇଁ ଇନ୍ଦ୍ରାଣୀଙ୍କ ପାଖରେ ଦୀପଟିଏ ରଖି ବର୍ଷା ନ ହେବା ପାଇଁ ମାନସିକ ରଖିବା କେମିତି ?

ଏମିତି ଅନେକ କଥା , ଯାହା ପୁରୀବାସୀଙ୍କ ଅଭ୍ୟାସରେ ଶହ ଶହ ବର୍ଷ ଧରି ପଡି ଯାଇଥିଲା , ତାହା ଶ୍ରୀମନ୍ଦିର ଭିତରକୁ ସହଜରେ ପ୍ରବେଶ ନ କଲେ ହେବ କେମିତି ? ପୁରୀବାସୀ ଆଉ କେତେ ଦିନ ଏମିତି ଅପମାନ ଓ ଅସୁବିଧା ସହୁଥିବେ ? ଆମେ କଣ ଚୁପ ରହି ସବୁଦିନ ପାଇଁ ଚାପି ହୋଇଯିବା ? ବିଚାର ଆପଣଙ୍କର .......

avatar of the starter
MANOJ RATHPetition Starter

400

Petition updates