"ବାହାନଗା ପାଇଁ ଟ୍ରମା କେନ୍ଦ୍ର: ଆମର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସମର୍ଥନ କରନ୍ତୁ"

2

Let’s get to 5 signatures!
Petitions with 1,000+ supporters are 5x more likely to win!

The Issue

ମହାଶୟ/ମହାଶୟା,
​ଆମେ ବାହାନଗା ଏବଂ ଏହାର ଆଖପାଖ ଅଞ୍ଚଳର ଜନସାଧାରଣ ଏହି ପେଟିସନ୍ ମାଧ୍ୟମରେ ସରକାର ଏବଂ ସମ୍ପୃକ୍ତ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛୁ।
​୧. ଦୁର୍ଘଟଣା ଏବଂ ଜୀବନହାନି: ବାହାନଗା ଅଞ୍ଚଳରେ ପୂର୍ବରୁ ବଡ଼ଧରଣର ଦୁର୍ଘଟଣା ଘଟିଯାଇଛି ଏବଂ ଏବେ ମଧ୍ୟ ଏହି ରାଜପଥ ଓ ଅଞ୍ଚଳରେ ନିୟମିତ ଭାବେ ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଚାଲିଯାଉଛି।
​୨. ଚିକିତ୍ସାର ଅଭାବ: ଦୁର୍ଘଟଣା ଘଟିବା ପରେ ଆହତମାନଙ୍କୁ ସାଧାରଣତଃ ଦୂରବର୍ତୀ ସ୍ଥାନକୁ ନେବାକୁ ପଡ଼େ। ସଠିକ୍ ସମୟରେ ଏବଂ ଠିକ୍ ଜରୁରୀକାଳୀନ ଚିକିତ୍ସା (Trauma Care) ନମିଳିବା କାରଣରୁ ବାଟରେ ଅନେକ ରୋଗୀଙ୍କର ମୃତ୍ଯୁ ଘଟୁଛି।
​୩. ପାଣ୍ଠି ମଞ୍ଜୁର ସତ୍ତ୍ୱେ ବିଳମ୍ବ: ରେଳ ମନ୍ତ୍ରଣାଳୟ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଟ୍ରମା କେନ୍ଦ୍ର ପାଇଁ ପାଣ୍ଠି ଘୋଷଣା କରାଯାଇଥିଲେ ମଧ୍ୟ,  ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ।
​ଆମର ଦାବି:
 ବାହାନଗାଠାରେ ଏକ ପୂର୍ଣ୍ଣାଙ୍ଗ ଟ୍ରମା କେନ୍ଦ୍ର  ନିର୍ମାଣ କରାଯାଉ।
​ଆହତ ଲୋକଙ୍କୁ ଶୀଘ୍ର ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯାଉ, ଯାହାଦ୍ୱାରା ଆଗକୁ ଆଉ କାହାର ମୂଲ୍ୟବାନ ଜୀବନ ଯିବ ନାହିଁ।
​ଧନ୍ୟବାଦାନ୍ତେ,
ବାହାନଗା ଅଞ୍ଚଳର ଜନସାଧାରଣ ଏବଂ ସମର୍ଥକଗଣ

avatar of the starter
Saisankar UpadhyayPetition Starter

Petition Updates